• Home
  • Politics
  • ଦଲାଲ ଦୂର୍ଗାଶିଷ : ପାଟି ଚୁପ କାହିଁକି : ରତ୍ନ ଭଣ୍ଡାର ଗଣତି କଥା ଭୁଲିଗଲେକି
Image

ଦଲାଲ ଦୂର୍ଗାଶିଷ : ପାଟି ଚୁପ କାହିଁକି : ରତ୍ନ ଭଣ୍ଡାର ଗଣତି କଥା ଭୁଲିଗଲେକି

ଓଡିଆ ଗୋଦି ମିଡିଆର ଦଲାଲ ରିପୋର୍ଟର : Durgasis (Argus News)

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗୋଚିଏ ନାମ ବହୁତ ଶୁଣିବାକୁ ମିଳୁଥିଲା – ଦୁର୍ଗାଶିଷ | ARGUS NEWS ଏଡିଟର ଭାବରେ କାର୍ଯ୍ୟ କରୁଥିବା ଏହି ସାମ୍ବାଦିକ ଜଣକ ଓଡ଼ିଶାର ଖବର ଜଗତରେ ଏକ ଅତ୍ୟନ୍ତ ପରିଚିତ ମୁହଁ। ତାଙ୍କର ତିକ୍ତ କମେଣ୍ଟ, ଖୋଲା ଅଭିଯୋଗ ଓ ଧାର୍ମିକ-ରାଜନୈତିକ ମତବ୍ୟକ୍ତିକରଣ କରି ସେ ସମସ୍ତଙ୍କ ନଜରକୁ ଆକର୍ଷିତ କରିଥାନ୍ତି | ସେତେବେଳେ ନବୀନ ସରକାରଙ୍କର ପ୍ରତ୍ୟେକ କାର୍ଯ୍ୟକଳାପରେ କେମିତି ଦୂର୍ନୀତି ହେଉଛି ତାହା ଦେଖାଉଥିଲେ | ଯେତେବେଳେବି Argus News ଖୋଲିବେ ଦୂର୍ଗାଶୀଷଙ୍କ ଉପସ୍ଥାପନା ଦେଖିବାପାଇଁ ପାଇବେ-

ସେତେବେଳେ ମୁଖ୍ୟ ବିଷୟ ବସ୍ତୁ ଥିଲା :

  • ରତ୍ନଭଣ୍ଡାର ଚାବି ହଜିଗଲା
  • ପଣ୍ଡିଆନ ସବୁ ରତ୍ନ ତାମିଲନାଡୁ ନେଇଗଲା
  • ରତ୍ନଭଣ୍ଡାର ଗଣତି ହେବା ଦରକାର
  • ଶ୍ରୀମନ୍ଦିର ଚାରିଦ୍ବାର ଖୋଲା ହେବା ଦରକାର
  • ବ୍ଲାକରୋଜ ଜାହାଜକୁ ବବିଦାସ ବିକିଦେଲେ
  • ପାଣ୍ଡିଆନ ବବିଦାସ ମିଶି ନବଦାସ କୁ ମାରିଦେଲେ
  • ପରୀ ହତ୍ୟାକାଣ୍ଡ ଅରୁଣ ସାହୁ କରିଛନ୍ତି
  • ଗୋବିନ୍ଦ ସାହୁକୁ ଜେଲ ଭିତରେ ମର୍ଡର କରାଗଲା
  • ନଗଡାରେ ଲୋକ ଖାଇବାକୁ ପାଉନାହାନ୍ତି
  • ଆନ୍ଧ୍ର ଓଡିଶାର ଜମି ନେଇଗଲା
  • ଛତିଶଗଡ ମହାନଦୀର ପାଣି ବନ୍ଦକରିଦେଲା
  • ନବୀନ ପଟ୍ଟନାୟକ ୨୪ ବର୍ଷ ଓଡିଶାକୁ ଲୁଟିଛନ୍ତି
  • ଖଣି, ପାଣି ରେ କୋଟି କୋଟି ଟଙ୍କା ଦୂର୍ନୀତି ହେଇଛି
  • କଳାଟଙ୍କାରେ ଶଂଖ ଭବନ ତିଆରି ହୋଇଛି
  • ଓଡିଶାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହେଇଯାଇଛି
  • ଚିଟପଣ୍ଡ ଟଙ୍କା ନବୀନ ପଟ୍ଟନାୟକ ଖାଇଛନ୍ତି
  • ସରକାର ପରିବର୍ତ୍ତନ ହେଲେ ତଦନ୍ତ ହେବ, ଯିଏ ଦୋଷି ନିଶ୍ଚୟ ଦଣ୍ଡ ପାଇବ
  • ନୂଆ ସରକାର ଆସିଲେ ୩୦୦ ୟୁନିଟ ମାଗଣା ବିଜୁଳୀ ମିଳିବ
  • ୩୫୦୦ ଟଙ୍କା ଭତ୍ତା ମିଳିବ
  • ସବୁ ଡାକ୍ତରଖାନାରେ ଡାକ୍ତର ରହିବେ
  • OPSC, OSSC, OSSSC ନିଯୁକ୍ତି ପରୀଖ୍ୟାରେ ତ୍ରୁଟି ରହିବ ନାହିଁ
  • ଏମିତି ବହୁତ କିଛି……

କିନ୍ତୁ ସରକାର ପରିବର୍ତ୍ତନର ଏକ ବର୍ଷ ପୁରିବାକୁ ଯାଉଛି, ମାତ୍ର ସରକାର କୌଣସି ଗୋଟିଏ ହେଲେ ଘଟଣାର ତଦନ୍ତ କରିପାରିଲେ ନାହିଁ, ରତ୍ନଭଣ୍ଡାରର ରତ୍ନ ଗଣତି ହେଇ ପାରିଲା ନାହିଁ, ଚାରିଦ୍ବାର ଖୋଲାଯାଇ ପାରିଲା ନାହିଁ ବରଂ ଲୋକଙ୍କ ରାସନ କାର୍ଡ କଟିଲା, ସ୍ବାସ୍ଥ୍ୟ କାର୍ଡ କଟିଲା, ବଜାରରେ ଦରଦାମ ଆକାଶ ଛୁଆଁ ହେଲା |

ବର୍ତ୍ତମାନ ସାଧାରଣ ଲୋକଙ୍କର ପ୍ରଶ୍ନ ହେଉଛି ନିର୍ବାଚନ ପୂର୍ବରୁ ପରିବର୍ତ୍ତନର ଫାଇଦା ଗଣାଉଥିବା ଦୂର୍ଗାଶିଷ ଏବେ ଗଲେ କୁଆଡେ, ଜଣେ ଦାୟୀତ୍ବବାନ ସାମ୍ବାଦିକର କର୍ତ୍ତବ୍ୟ କଣ ହେବା ଉଚିତ୍ |

କିନ୍ତୁ ଏହି ସମୟରେ ସେ ସରକାରଙ୍କୁ ପ୍ରଶ୍ନ ପଚାରିବା ପରିବର୍ତ୍ତେ ମୁହଁରେ ତୁଣ୍ଡିମାରି ଚୁପ ଥିବାରୁ ଲୋକମାନେ ତାଙ୍କୁ “ଦଲାଲ ଦୂର୍ଗାଶିଷ” ମଧ୍ୟ କହିବା ଆରମ୍ଭ କଲେଣି |

ସେ ଦଲାଲ କି? କାହିଁକି ଲୋକେ ତାଙ୍କୁ ଏପରି କୁହୁଛନ୍ତି? ଏହା ସତ୍ୟ ନା ମିଥ୍ୟା?

ଆସନ୍ତୁ, ଆମେ ଏଥିପାଇଁ ଏକ ସାଧାରଣ ମଣିଷ ଭାବରେ ଚିନ୍ତା କରିବାକୁ ଚେଷ୍ଟା କରିବା।

ଆଜିର ସାମ୍ବାଦିକତା – ସତ୍ୟ ଖୋଜିବା ନା ଲାଭ ଦେଖିବା?

ଆମେ ଓଡ଼ିଆ ଦର୍ଶକ ଭାବରେ ଏତେ ବର୍ଷ ଧରି ଟିଭିରେ ଖବର ଦେଖୁଛୁ । ପୁରୁଣା ଦିନରେ ଖବରର ମାନେ ଥିଲା ଏକ ଗମ୍ଭୀର ବିଷୟ – ଯେଉଁଠାରେ ଖବର ଦେଖିଲେ ଲାଗୁଥିଲା ଜଣେ ଆଦର୍ଶ ଗୁରୁ ଖାସ ଶିଷ୍ୟଙ୍କୁ କଥା କୁହୁଛନ୍ତି। ମନରେ ଆଶା ଥିଲା – ସେଠାରେ ନିଶ୍ଚୟ ନିଷ୍ପକ୍ଷତା ରହିବ।

କିନ୍ତୁ ଆଜି ବିଷୟଟା ବଦଳିଯାଇଛି। ଅନେକ ଟିଭି ଚ୍ୟାନେଲ୍ ଏବଂ ସାମ୍ବାଦିକ ଏହି ସ୍ଥାନରୁ ପାଦେ ଆଗକୁ ଯାଇ ସ୍ଲୋଗାନ ଓ ଶୋ-ଅଫର ଯୁଗକୁ ଆସିଯାଇଛନ୍ତି। ତେଣୁ ଯେତେବେଳେ ଦୁର୍ଗାଶିଷ ଦୃଢ଼ ଶବ୍ଦରେ ଖବର ପଢ଼ନ୍ତି, ସେତେବେଳେ ସେ ନିଜର ମତକୁ ଖବର ଭିତରେ ମଜାଇ ଦିଅନ୍ତି, ସେତେବେଳେ ଦର୍ଶକ ମନରେ ପ୍ରଶ୍ନ ଉଠେ “ଏ ସବୁ ଖବର ତ? ନା କିଛି ଅନ୍ୟ ଲାଭ ପାଇଁ ଏହା କୁହାଯାଉଛି?”

“ଦଲାଲ” – ଏହା ଏକ ଭୟାବହ ଶବ୍ଦ :

ଦଲାଲ ଭାବରେ କାହାକୁ ଡାକିବାର ଅର୍ଥ ହେଉଛି ସେଠି ସତ୍ୟର ମୂଲ୍ୟ ବିକ୍ରି ହେଉଛି। ଅର୍ଥାତ୍, ଜଣେ ସାମ୍ବାଦିକ ଯଦି ତାଙ୍କ ଖବର ଦ୍ୱାରା କେବଳ ଏକ ଦଳ, ଏକ ନେତା ବା ଏକ  ଗୋଷ୍ଠୀକୁ ଲାଭ ଦେଉଛନ୍ତି, ତେବେ ସେ ଗୋଟିଏ ଦଲାଲ | ତାଙ୍କର କାମ ହେଉଛି “ମିଛ ବିକ୍ରି କରିବା”, “ମିଛ କହି ବ୍ୟବସାୟ କରିବା” – ସତ୍ୟ ଖୋଜିବା ନୁହେଁ।

ଦୁର୍ଗାଶିଷ ବିଷୟରେ ଯେଉଁ ଅଭିଯୋଗ ଆସୁଛି – ସେ BJP ଦଳଙ୍କ ପକ୍ଷରେ ଅଧିକ ଖବର ପ୍ରସାରଣ କରନ୍ତି, ସେ ବିପକ୍ଷକୁ ସବୁବେଳେ ନିନ୍ଦା କରନ୍ତି,  – ଏସବୁ ଦେଖି ଲୋକମାନେ ନିଜ ମନରେ ସନ୍ଦେହ କରୁଛନ୍ତି କି: ଏହି ମିଡିଆ ସତ କୁହୁଛି ତ?

ବ୍ୟକ୍ତି ଦୁର୍ଗାଶିସ୍ ଓ ସାମ୍ବାଦିକ ଦୁର୍ଗାଶିସ୍ – ଦୁଇଟା ଅଲଗା କଥା :

ଆମେ ବ୍ୟକ୍ତି ଭାବେ ଦୁର୍ଗାଶିସ୍‌ଙ୍କୁ ଅପମାନ କରିବାକୁ ଚାହୁଁ ନାହୁଁ। ସେ ମଧ୍ୟ ଏକ ପରିବାରର ଲୋକ, ତାଙ୍କର ସମାଜରେ ମୁଣ୍ଡଟେକି ରହିବାର ଅଧିକାର ଅଛି , ସମୟ ସହିତ ଆପଣଙ୍କୁ ଏହା ଚିନ୍ତା କରିବାକୁ ପଡ଼ିଥାଏ। କିନ୍ତୁ ଯେତେବେଳେ ଜଣେ ସାମ୍ବାଦିକ ନିଜ ପଦକୁ ବ୍ୟବସାୟ ଭାବେ ଦେଖନ୍ତି, ସେତେବେଳେ ତାଙ୍କର ବ୍ୟକ୍ତିଗତ ସଭ୍ୟତା ଥିଲେ ମଧ୍ୟ ଲୋକ ତାଙ୍କୁ ବିଶ୍ୱାସ କରିପାରିବେ ନାହିଁ।

ଲୋକଙ୍କ ଭୂମିକା କଣ ହେବ ଦରକାର :

ଆମେ ଦର୍ଶକ – ଆମ ପାଖରେ ଅନେକ ଶକ୍ତି ଅଛି। ଯଦି ଆମେ ଅନ୍ଧ ଭାବେ ଦେଖିବା ବନ୍ଦ କରିଦେବା, ଯଦି ଆମେ ପ୍ରଶ୍ନ କରିବା ଆରମ୍ଭ କରିବା – ତେବେ ଏମାନେ ନିଶ୍ଚୟ ବଦଳିବେ।

ଦୁର୍ଗାଶିଷ ଯଦି ଆପଣଙ୍କୁ ଦଲାଲ ଲାଗୁଛନ୍ତି –ତେବେ ତାଙ୍କୁ ପ୍ରଶ୍ନ କରନ୍ତୁ। ଯଦି ସେ ନିଷ୍ପକ୍ଷ ଓ ସତ୍ୟ ସାମ୍ବାଦିକ – ତେବେ ତାଙ୍କୁ ଶ୍ରଦ୍ଧା ଦିଅନ୍ତୁ। କିନ୍ତୁ ସରଳ  ମୁହଁ ଦେଖି ବିଶ୍ୱାସ କରିବା  ଆମ ପାଇଁ ଭୁଲ  ଅଟେ ।.

ସାମ୍ବାଦିକତା ଗୋଟିଏ ଅତି ପବିତ୍ର କାମ। ଏହି କାମ ମଧ୍ୟରେ ଦୁର୍ଗାଶିଷ ନିଜ ସ୍ଥାନକୁ କେଉଁଠି ରଖିବାକୁ ଚାହିଁବେ ସେ ବିଚାର କରିବେ |

କିନ୍ତୁ ଆମେ ଦର୍ଶକ ଭାବେ ଏତିକି ଚିନ୍ତା କରିବା ଉଚିତ୍ କି – ଖବର ମାନେ କଣ? ମନୋରଞ୍ଜନ? ଦଲାଲି? ନା ଏକ ଉପଯୋଗୀ ଜନସେବା?

ଦୁର୍ଗାଶିଷ ଯଦି ନିଜ ବ୍ୟକ୍ତିଗତ ମତ ଦେବାକୁ ଚାହାନ୍ତି ତେବେ ସେ କାହା ସପଖ୍ୟରେବି ମତ ଦେଇପାରିବେ, ମାତ୍ର  ତାହାକୁ ଖବର ରୂପେ ଦେଖେଇବା ସମ୍ପୁର୍ଣ ଭୁଲ ଅଟେ। ତେଣୁ ବେଳ ଥାଉ ଥାଉ ନିଜକୁ ନସୁଧାରିଲେ ନିଜର ପରିତୟ ନିଜେ ନଷ୍ଟ କରବା ସାର ହେବ |

For More Details – www.odiablogs.com

Releated Posts

ନବୀନର ବାଳକୁ ସରି ନୁହେଁ ଜୟନାରାୟଣ ମିଶ୍ର : ସୁର ରାଉତରାୟ

Sura Routray Counterd to Jaynarayan: MLA, Sambalpur ନବୀନର ବାଳକୁ ସରି ନୁହେଁ ଜୟନାରାୟଣ ମିଶ୍ର : ସୁର ରାଉତରାୟ    …

ByBybiswaguruindiaMay 13, 2025

ଏମାନେ କାହିଁକି BJP କୁ ବଦନାମ କରୁଛନ୍ତି : କେବେ ହେବ କାର୍ଯ୍ୟାନୁଷ୍ଠାନ (BJP News Odisha)

ସୋସିଆଲ ଠକ ଓ ଓଡିଶା ବକରା ପ୍ରତି କାର୍ଯ୍ୟାନୁଷ୍ଠାନ କେବେ : କରାଯିବକି ଦଳରୁ ସସପେଣ୍ଡ      ଗଣମାଧ୍ୟମକୁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ…

ByBybiswaguruindiaMay 12, 2025

Leave a Reply

Your email address will not be published. Required fields are marked *

Scroll to Top