• Home
  • Health
  • Yellow Urine Problem in Summer: Health Tips 2025
Image

Yellow Urine Problem in Summer: Health Tips 2025

ଖରାଦିନରେ ହଳଦିଆ ପରିସ୍ରା ହେଉଥିଲେ କେଉଁ କେଉଁ ରୋଗର ଲକ୍ଷଣ ଦେଖାଦିଏ : (Yellow Urine Problem)

ଗରମ ଦିନ ଆସିଲେ ଅନେକ ଲୋକଙ୍କ ନିକଟରେ ହଳଦିଆ ପରିସ୍ରାର ସମସ୍ୟା (yellow Urine Problem) ଦେଖା ଦେଇଥାଏ। ଏହା ସାଧାରଣ ଘଟଣା ହେଲେ ମଧ୍ୟ, ଯଦି ବାରମ୍ବାର ଏଭଳି ହୁଏ କିମ୍ବା ପରିସ୍ରାର ରଙ୍ଗ ଗାଢ଼ ହଳଦିଆ, ବେଶି ଗନ୍ଧଯୁକ୍ତ ବା ଜଳାପୋଡା କରୁଥାଏ, ତେବେ ଏହାକୁ ଅବହେଳା କରିବା ଠିକ୍‌ ନୁହେଁ। ଏହା ଶରୀରରେ ପାଣି ଅଭାବ ରୁ ଆରମ୍ଭ କରି, ଗମ୍ଭୀର ରୋଗର ସୂଚନା ମଧ୍ୟ ହୋଇପାରେ।

ଆସନ୍ତୁ ଜାଣିବା ପରିସ୍ରା ରଙ୍ଗରୁ ରୋଗର ଲକ୍ଷଣ କେମିତି ଜଣାପଡେ:

  • ଅନେକ ଲୋକ ଜାଣିନାହାନ୍ତି ଯେ ପରିସ୍ରାର ରଙ୍ଗ ଆମର ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି କହିଦେଇପାରେ। ସାଧାରଣତଃ ପରିସ୍ରା ହାଲକା ହଳଦିଆ ହେଉଥିଲେ ଶରୀର ହାଇଡ୍ରେଟ ଅଛି ବୋଲି ଜଣାଯାଇଥାଏ । କିନ୍ତୁ ଯଦି ଏହି ପରିସ୍ରା ଗାଢ଼ ହଳଦିଆ,କଷା ଗୋଲାପୀ କିମ୍ବା ଲାଲ୍ ରଙ୍ଗରେ ଦେଖାଯାଏ, ତେବେ ଏହା ଗୋଟିଏ ରୋଗର ଲକ୍ଷଣ ହେବା ସମ୍ଭାବନା ଥାଏ।
  • ଗାଢ଼ ହଳଦିଆ ରଙ୍ଗର ପରିସ୍ରା ହେଉଥିଲେ ଶରୀର ରେ ଡିହାଇଡ୍ରେସନ୍‌ ହୋଇଛି ବୋଲି ଜଣାଯାଇଥାଏ। ଏହା ଆପଣ ପାଣି କମ୍ ପିଉଛନ୍ତି ବା ଗରମରେ ଶରୀର ଥର୍ମୋସ୍ଟେଟିକ୍ ରିଆକ୍ସନ୍‌ରେ ପାଣି ହରାଇଛି ବୋଲି ଜଣାଯାଇଥାଏ । ଯଦି ପରିସ୍ରାର ରଙ୍ଗ କେଶରି କିମ୍ବା ବାଦାମୀ ହୋଇଯାଏ, ତେବେ ଏହା ଲିଭର ସମସ୍ୟା ର ସୂଚନା ହୋଇପାରେ। ଆଉ ଯଦି ପରିସ୍ରା ଲାଲ୍ ରଙ୍ଗରେ ଦେଖାଯାଏ, ତେବେ ଏହା କିଡନି ବା ମୁତ୍ର ମାର୍ଗରେ ରକ୍ତ ରହିଛି ବୋଲି ସୂଚନା ଦେଇଥାଏ।
  • ପରିସ୍ରା ରଙ୍ଗରେ ଯଦି ଏମିତି ଅସମାନତା ଲାଗାତାର ଦେଖାଯାଏ, ତେବେ ବିଲମ୍ବ ନକରି ଡାକ୍ତରଙ୍କ ସହ ବର୍ତ୍ତମାନ ସମୟରେ ପରାମର୍ଶ କରିବା ଏକାନ୍ତ ଆବଶ୍ୟକ। ସେଇଥିପାଇଁ ଆସନ୍ତୁ ଜାଣିବା – ପରିସ୍ରାର ରଙ୍ଗ କାହିଁକି ହଳଦିଆ ହୁଏ ଓ ଏହା ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ କଣ ସୂଚନା ଦେଇଥାଏ।
  • ଆପଣ ଏହାକୁ ଗମ୍ଭୀରତାର ସହିତ ନେବା ଉଚିତ୍, କାରଣ ଛୋଟ ଛୋଟ ଲକ୍ଷଣ ମଧ୍ୟ ବଡ଼ ଅସୁବିଧା ର ସୂଚନା ଦେଇଥାଏ।

୧. ଡିହାଇଡ୍ରେସନ୍ (Dehydration)     

ଗରମ ଦିନ ହେଲେ ଶରୀର ଅଧିକ ପାଣି ଆବଶ୍ୟକ କରିଥାଏ। ଏହି ସମୟରେ ଦେହରୁ ଅଧିକ ଝାଳ ନିର୍ଗତ ହୋଇଥାଏ, ଯାହା ଫଳରେ ଶରୀର ମଧ୍ୟରୁ ଜଳୀୟ ଅଂଶ ହ୍ରାସ ପାଇଥାଏ। ଏପରି ଅବସ୍ଥାରେ ଯଦି ଆପଣ ପର୍ଯ୍ୟାପ୍ତ ପାଣି ନ ପିଅନ୍ତି, ତେବେ ଆପଣଙ୍କ ପରିସ୍ରାର ରଙ୍ଗ ଗାଢ଼ ହଳଦିଆ କିମ୍ବା କେବେ କେବେ ହାଲକା ବାଦାମୀ ମଧ୍ୟ ହୋଇଥାଏ। ଏହି ରଙ୍ଗର ପରିସ୍ରା ଡିହାଇଡ୍ରେସନ୍‌ର ପ୍ରଥମ ସୂଚନା ଦେଇଥାଏ। ତେଣୁ ଗରମ ସମୟରେ ସ୍ୱାସ୍ଥ୍ୟ ଠିକ୍ ରଖିବାକୁ ଏବଂ ଶରୀରକୁ ହାଇଡ୍ରେଟେଡ୍‌ ରଖିବାକୁ ହେଲେ ଅଧିକରୁ ଅଧିକ ପାଣି ପିଇବା ଜରୁରୀ ହୋଇଥାଏ।

୨. ୟୁରିନେରୀ ଟ୍ରାକ୍ଟ୍ ଇନଫେକ୍ସନ୍ (UTI)       

ଯଦି ପରିସ୍ରା ହଳଦିଆ ରଙ୍ଗ ସହିତ ଦୂର୍ଗନ୍ଧ ହେଉଛି କିମ୍ବା ପରିସ୍ରା କରିବାବେଳେ ଜଳାପୋଡା ଅନୁଭବ ହେଉଛି, ତେବେ ଏହା ୟୁରିନ୍ ଇନଫେକ୍ସନ୍ ର ଲକ୍ଷଣ ହୋଇପାରେ। ଏହି ସମସ୍ୟା ସାଧାରଣତଃ ମହିଳାମାନଙ୍କ ନିକଟରେ ଅଧିକ ଦେଖା ଦେଇଥାଏ, କିନ୍ତୁ ପୁରୁଷମାନେ ମଧ୍ୟ ଏହାର ଶିକାର ହୋଇଥାନ୍ତି। ତେଣୁ ଯଦି ଏମିତି କୌଣସି ଲକ୍ଷଣ ଦେଖାଯାଏ, ତେବେ ସଙ୍ଗେସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

୩. ଲିଭର ସମସ୍ୟା           

ଯଦି ଆପଣଙ୍କ ପରିସ୍ରା ଗାଢ଼ ହଳଦିଆରୁ କେଶରିଆ କିମ୍ବା ବାଦାମୀ ରଙ୍ଗର ହେଉଛି, ତେବେ ଏହା ଲିଭର ସମ୍ପର୍କିତ କୌଣସି ସମସ୍ୟାର ସୂଚନା ହୋଇପାରେ। ଏହି ପରିସ୍ଥିତି ପିଲିଆ ବା ହେପାଟାଇଟିସ୍‌ ଭଳି ଗମ୍ଭୀର ରୋଗର ଲଖ୍ୟଣ ହୋଇଥାଏ। ଏପରି ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ପରୀକ୍ଷା କରାଇବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ।

୪. କିଡନି ସମସ୍ୟା   

ଯଦି ଆପଣଙ୍କ ପରିସ୍ରା ଗାଢ଼ ହଳଦିଆ ହେଉଛି, ତେବେ କେତେକ ଘଟଣାରେ ଏହା କିଡନି ଖରାପ ହେବାର ସୂଚନା ହୋଇପାରେ। ଯଦି ଏହା ସହିତ ଅଣ୍ଟାବିନ୍ଧା, ଶରୀର ଫୁଲିଯିବା ବା ବାନ୍ତି ହେବା ପରି ଅନୁଭବ ହୁଏ, ତେବେ ଏହାକୁ ଅବହେଳା କରିବା ଉଚିତ୍ ନୁହେଁ। ଏହା କିଡନି ଇନଫେକ୍ସନ୍ ବା ପଥରି ଭଳି ଗମ୍ଭୀର ସମସ୍ୟା ଦିଗରେ ସୂଚନା ଦେଇଥାଏ।

୫. ଭିଟାମିନ୍ ସପ୍ଲିମେଣ୍ଟ ବା ଔଷଧର ପ୍ରଭାବ

କେବେ କେବେ ଭିଟାମିନ୍ ବି-କମ୍ପ୍ଲେକ୍ସ ବା କିଛି ବିଶେଷ ଔଷଧ ଖାଇବା ଫଳରେ ପରିସ୍ରା ହଳଦିଆ ହୋଇଥାଏ। ଏହା ସାଧାରଣତଃ ହାନିକାରକ ନୁହେଁ ଏବଂ ଶରୀରରୁ ଅତ୍ୟଧିକ ପୋଷକ ତତ୍ତ୍ୱ ବାହାରିବାର ସୂଚନା ହୋଇଥାଏ। କିନ୍ତୁ ଯଦି ପରିସ୍ରା ଲାଗାତାର ଗାଢ଼ ହଳଦିଆ ରହିବା ସହିତ ଥକପଣ ଓ ଯନ୍ତ୍ରଣା ଅନୁଭବ ହୁଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।

କ’ଣ ସତର୍କତା ଅବଲମ୍ବନ କରିବେ?

  • ସାରା ଦିନ ଅଧିକ ପାଣି ପିଅନ୍ତୁ (ଅତି କମରେ ୮-୧୦ ଗିଲାସ)
  • ତରବୁଜ, ଖୀରା ଭଳି ପାଣି ଥିବା ଫଳ ଖାଆନ୍ତୁ ।
  • ଯଦି ପରିସ୍ରାର ରଙ୍ଗ ଅତ୍ୟଧିକ ହଳଦିଆ ଦେଖାଯାଏ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
  • ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ ।
  • ବାହାରକୁ ଗଲେ ଛତା ନେଇ ଯାଆନ୍ତୁ ।
  • ମଦ ବିଡି ସିଗାରେଟ ଆଦି ନିଶାଠାରୁ ଦୂରେଇ ରୁହନ୍ତୁ ।
  • ନିୟମିତ ଯୋଗ ଏବଂ ବ୍ୟାୟମ କରନ୍ତୁ ।
ଏହି ଭଳି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଭଲ ଭଲ tips ପାଇଁ ଆମ ସହିତ ଯୋଡି ହୁଅନ୍ତୁ :

biswaguruindia@gmail.com

Click here– Facebook

Click here– Telegram

Click here– Whatsapp

Click here– Instagram

Releated Posts

ନେଉଳ କୁ ସାପ କାମୁଡ଼ିଲେ ମଧ୍ୟ କିଛି ହୁଏନାହିଁ କାହିଁକି ???

ସାପ ନେଉଳକୁ ଡ଼ରେ କାହିଁକି : Why The Snake have fear to Mongoose           ପ୍ରାକୃତିକ…

ByBybiswaguruindiaMay 29, 2025

Best Herbal juice for diabetes 2025 : ଡାଇବେଟିସ ରୋଗୀଙ୍କ ପାଇଁ ଅମୃତ

Best Herbal Product For Diabetes 2025 : ତିନି ମାସରେ ସୁଗାର ଲେଭେଲ କମିଯିବ            …

ByBybiswaguruindiaMay 21, 2025

Leave a Reply

Your email address will not be published. Required fields are marked *

Scroll to Top