Story of a Desert : ଏକ ମରୁଭୂମିର କାହାଣୀ : Odia Story
ଥରେ ଜଣେ ବ୍ୟକ୍ତି ମରୁଭୂମି ରେ ବାଟ ଭୁଲି ଗଲା । ତା ପାଖରେ ଯାହା କିଛି ବି ଖାଦ୍ୟ ପାନୀୟ ଥିଲା ତାହା ସରିଗଲା । ଦୁଇ ଦିନ ହେବ ସେ ଟୋପାଏ ବି ପାଣି ପିଇ ନ ରହିଥିଲା । ସେ ମନେ ମନେ ଜାଣି ସାରିଥିଲା ଯେ ଯଦି ତାକୁ ଆଜି କେଉଁଠାରୁ ବି ପାଣି ନ ମିଳେ , ତେବେ ଆଜି ହିଁ ତାର ଜୀବନ ଯିବା ନିଶ୍ଚିତ। କିନ୍ତୁ କଉଠି ନା କଉଠି ତାର ଈଶ୍ୱର ଙ୍କ ଉପରେ ଭରଷା ଥିଲା, ଯେ ନିଶ୍ଚୟ କିଛି ଚମତ୍କାର ହେବ। ଏମିତି ଚାଲୁ ଚାଲୁ ତାକୁ ଗୋଟିଏ ଝୁପୁଡ଼ି ଘର ଟିଏ ଦେଖା ଗଲା। ତାକୁ ତା ଆଖି ଉପରେ ଭରଷା ହେଉ ନ ଥିଲା। ଆଗରୁ ବି ସେ ମୃଗ ତୃଷ୍ଣା ଆଉ ପାଣିର ଭ୍ରମ ପାଇଁ ଧୋକା ଖାଇ ସାରିଥିଲା। କିନ୍ତୁ ବିଚରା ପାଖରେ ବିଶ୍ୱାସ କରିବା ଛଡ଼ା ଆଉ କିଛି ଅନ୍ୟ ବାଟ ନ ଥିଲା।
ଏଇ ଝୁପୁଡି ଟି ତାର ଶେଷ ଭରଷା ଥିଲା। ସେ ଶକ୍ତି ଜୁଟାଇ ଝୂପୁଡ଼ି ଆଡ଼କୁ ଅଗ୍ରସର ହେଲା।ଯେତେ ଯେତେ ସେ ଝୂପୁଡି ର ନିକଟତର ହେଉଥିଲା। ସେତେ ସେତେ ତାର ପାଣି ଟୋପେ ପାଇବାର ଆଶା ବଢ଼ି ଚାଲୁଥିଲା। ଏଥର ଭାଗ୍ୟ ତା ସାଥିରେ ଥିଲା। ସତକୁ ସତ ସେଠାରେ ଗୋଟେ ଝୁପୁଡ଼ି ଥିଲା। କିନ୍ତୁ ଏ କଣ। ସେଠାରେ ତ ସବୁ ଶୁନଶାନ୍। ଯେମିତି ବର୍ଷ ବର୍ଷ ଧରି ସେଠାରେ କାହାରି ପାଦ ପଡ଼ି ନାହିଁ। ତଥାପି ପାଣି ଆଶାରେ ସେ ଭିତରକୁ ଗଲା। ଭିତର ର ଦୃଶ୍ୟ ଦେଖି ତା ଆଖିକୁ ବିଶ୍ବାସ ହେଉ ନ ଥିଲା। ସେଠାରେ ଗୋଟିଏ ହ୍ୟାଣ୍ଡ ପମ୍ପ ଥିଲା। ପାଣି ପାଇଁ ସେ ଏତେ ବିକଳ ଥିଲା ଯେ ସେ ଯୋର୍ ରେ ହ୍ୟାଣ୍ଡ ପମ୍ପ ଚଲାଇବାକୁ ଲାଗିଲା। କିନ୍ତୁ ତାହା ତ କେବେ ଠାରୁ ଶୁଖି ସାରିଥିଲା। ସେ ବ୍ୟକ୍ତି ଜଣକ ନିରାଶ ହୋଇ ପଡ଼ିଲା, ଭାବିଲା ଏବେ ତାର ଜୀବନ ଯିବାରୁ କେହି ବି ରକ୍ଷା କରି ପାରିବେ ନାହିଁ। ସେ ଅବସ ହୋଇ ତଳେ ପଡ଼ି ଗଲା। ସେତେବେଳେ ତାର ଝୋପଡ଼ି ର ଛାତରେ ଟଙ୍ଗା ହୋଇଥିବା ଏକ ପାଣି ବୋତଲ ଉପରେ ଆଖି ପଡ଼ିଲା। ସେ ସେହି ବୋତଲ ଟି ଆଣି ପାଣି ପିଇବାକୁ ଯାଉଥିଲା କି ତା ଉପରେ ଲେଖା ଉପରେ ତାର ନଜର ପଡ଼ିଲା। ସାଥିରେ ଲେଖା ଥିଲା
“ଏହି ପାଣିର ପ୍ରୟୋଗ ହ୍ୟାଣ୍ଡ ପମ୍ପ ଚଲାଇବାକୁ କରନ୍ତୁ। ପୁଣି ବୋତଲ ରେ ପାଣି ଭର୍ତ୍ତି କରି ରଖିବାକୁ ଭୁଲିବେ ନାହିଁ।”
ଏହା ଏକ ଅଜବ ପରିସ୍ଥିତି ଥିଲା। ସେ ବ୍ୟକ୍ତି ବୁଝି ପାରୁ ନ ଥିଲା ଯେ ସେ କଣ କରିବ। ସେ ପାଣି ପିଇବ ନା ହ୍ୟାଣ୍ଡ ପମ୍ପ ରେ ଢ଼ାଳି ଚଳେଇବ । ତା ମନରେ ଅନେଗୁଡ଼ିଏ ପ୍ରଶ୍ନ ଆସିଲା।ଯଦି ପାଣି ଢାଳିବା ପରେ ବି ହ୍ୟାଣ୍ଡ ପମ୍ପ ନ ଚାଲେ। ଯଦି ଏଥିରେ ଲେଖା ଥିବା କଥା ମିଛ ହୋଇ ଥାଏ। କିଏ ଜାଣେ ମାଟି ତଳେ ପାଣି ଯଦି ଶୁଖି ଯାଇଥିବ। ସେ ବୁଝି ପାରୁ ନ ଥିଲା ସେ କଣ କରିବ।ସେ କିଛି ସମୟ ଚିନ୍ତା କଲା ପରେ, ଥରିଲା ହାତରେ ସେ ପାଣିକୁ ହ୍ୟାଣ୍ଡ ପମ୍ପ ରେ ଢାଳିଲା। ପାଣି ଢ଼ାଳି ସେ ଭଗବାନ ଙ୍କୁ ସ୍ମରଣ କରି ପମ୍ପ ଚଲାଇବାକୁ ଲାଗିଲା।
ଏକ, ଦୁଇ, ତିନି, ପମ୍ପ ରୁ ଥଣ୍ଡା ଥଣ୍ଡା ପାଣି ବାହାରିବାକୁ ଲାଗିଲା। ସେ ପାଣି ଅମୃତ ଠାରୁ କିଛି କମ୍ ନ ଥିଲା। ସେ ମନ ଭରି ପାଣି ପିଇଲା। ତା ଦେହରେ ପ୍ରାଣ ପଶିଲା ଯେମିତି। ତା ମୁଣ୍ଡ କାମ କରିବାକୁ ଲାଗିଲା। ସେ ବୋତଲ ରେ ପାଣି ଭରି ପୁଣି ସେଇଠି ଟାଙ୍ଗି ଦେଲା।ସେ ଯେତେବେଳେ ଏହା କରୁଥିଲା, ତାକୁ ଆଉ ଏକ ବୋତଲ ଦେଖା ଗଲା। ଖୋଲି ଦେଖିଲା ତ ତା ଭିତରେ ଗୋଟିଏ ପେନ୍ସିଲ ଆଉ ନକ୍ସା ଟିଏ ଥିଲା । ନକ୍ସା ରେ ସେଇ ମରୁଭୂମି ରୁ ବାହାରି ଯିବାର ରାସ୍ତା ଥିଲା। ସେ ଲୋକଟି ରାସ୍ତା ମନେ ରଖିଲା। ଆଉ ନକ୍ସା ଟି କୁ ଯଥା ସ୍ଥାନ ରେ ରଖିଦେଲା। ତା ପରେ ସେ, ପୂର୍ବରୁ ତା ପାଖରେ ଥିବା ନିଜ ବୋତଲ ରେ ପାଣି ଭର୍ତି କରି, ସେଠାରୁ ବାହାରି ଗଲା।
କିଛି ଆଗକୁ ବଢ଼ି ସେ ପୁଣି ପଛକୁ ଚାହିଁଲା, ପୁଣି କିଛି ଭାବି ସେ ଆଉ ଥରେ ଝୋପଡି ଭିତରକୁ ଗଲା। ଟଙ୍ଗା ଯାଇଥିବା ପାଣି ବୋତଲ ଉପରେ ଥିବା କାଗଜ କୁ ବାହାର କରି ସେ କିଛି ଲେଖିବାକୁ ଲାଗିଲା।ସେ ଲେଖିଲା
“ମୋର ବିଶ୍ୱାସ କର, ଏ ହ୍ୟାଣ୍ଡ ପମ୍ପ ଠିକ୍ ଅଛି। ଏ ପାଣି ଢାଳିବା ପରେ ଚାଲିବ ।”
ଏ କାହାଣୀ ଆମକୁ ସମ୍ପୁର୍ଣ୍ଣ ଜୀବନ ର ଶିକ୍ଷା ଦିଏ। ଏହା ଆମକୁ ଶିଖାଏ ଯେ ଖରାପ ରୁ ଖରାପ ପରିସ୍ଥିତି ରେ ବି ଆଶା ହରାଇବା ଉଚିତ୍ ନୁହେଁ। କିଛି ବଡ଼ ପାଇବାକୁ ହେଲେ, ନିଜ ତରଫ ରୁ କିଛି ଦେବାକୁ ପଡ଼େ, ଯେମିତି ସେ ବ୍ୟକ୍ତି ନଳ ଚଳାଇବା ପାଇଁ ନିଜ ପାଖରେ ଥିବା ସମସ୍ତ ପାଣି ନଳ ରେ ଢ଼ାଳି ଦେଲା। ଦେଖିବାକୁ ଗଲେ ଏଠାରେ ପାଣି ଜୀବନ ର ମହତ୍ତ୍ଵପୂର୍ଣ୍ଣ ଜିନିଷ କୁ ଦର୍ଶାଏ , କିଛି ଏମିତି ଯାହା ଆମ ଜୀବନ ରେ ବହୁତ୍ ମୂଲ୍ୟବାନ। କାହା ପାଇଁ ଏ ସନ୍ଦେଶ ଜ୍ଞାନ ହୋଇ ପାରେ, ପ୍ରେମ ହୋଇ ପାରେ ବା ଟଙ୍କା । ସେ ଯାହା କିଛି ବି ହେଉ , ତାକୁ ପାଇବା ପାଇଁ, ପ୍ରଥମେ ଆମକୁ ନିଜ ତରଫ ରୁ ତାକୁ ସେ କର୍ମ ରୂପି ନଳରେ ଢାଳିବାକୁ ପଡ଼ିଥାଏ। ବଦଳ ରେ ନିଜର ଯୋଗଦାନ ରୁ ବହୁତ୍ ଅଧିକ ମାତ୍ରାରେ ମିଳି ଥାଏ।