• Home
  • Govt Schemes
  • ସରକାର କିଣିବେ ST ଏବଂ SC ଜମି : ସୁରେଶ ପୂଜାରୀ
Image

ସରକାର କିଣିବେ ST ଏବଂ SC ଜମି : ସୁରେଶ ପୂଜାରୀ

Govt will buy the Land of ST & SC : Suresh Pujari

ଓଡ଼ିଶାରେ ସରକାରଙ୍କ ଜମି ନିୟମ ଅନୁସାରେ କେତେକ ଜିଲ୍ଲାରେ ST ଏବଂ SC ସମ୍ପ୍ରଦାୟର ଲୋକମାନେ ନିଜର ଜମିକୁ ସିଧାସଳଖ ବିକ୍ରି କରିପାରିବେ ନାହିଁ । ସେହି ପରିସ୍ଥିତିରେ ସେହି ବ୍ୟକ୍ତି ଉପାଜିଲାପାଳଙ୍କ ଅନୁମତି ପାଇଲା ପରେ ନିଜର ଜାଗାକୁ ବିକ୍ରି କରିପାରିବାର ନିୟମ ରହିଛି । ମାତ୍ର ଆଜି ମାନ୍ୟବର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କି ଆଉ st ଏବଂ sc ଲୋକ ମାନେ ନିଜ ଜମିକୁ ବିକ୍ରି କରିପାରିବେ ନାହି , ସେମାନଙ୍କୁ ଜମି ବିକ୍ରି ପାଇଁ ଆଉ ଅନୁମତି ପତ୍ର ମିଳିବ ନାହି । ଯଦି କୌଣସି ବ୍ଯକ୍ତିଙ୍କର ଅର୍ଥର ଅଭାବ ପଡେ , ସେ ଜମି ବିକ୍ରି କରିବା ପାଇଁ ଚାହାନ୍ତି ତେବେ ସେ କେବଳ ସରକାରଙ୍କୁ ବିକ୍ରି କରିବେ ।

ସରକାରଙ୍କର ଏହି ନିଷ୍ପତିକୁ ସମସ୍ତେ ନାପସନ୍ଦ କରିବା ସହିତ, ଆଦିବାସୀ ଲୋକଙ୍କର ଜମିକୁ କିପରି ଆଇନଗତ ଭାବେ ଅଳ୍ପ ଦାମରେ ବଡ ବଡ ଲୋକ ମାନେ, ନେତା ମନ୍ତ୍ରୀ ମାନେ କିଣିପାରିବେ ତାହାର ନିୟମ ସରକାର କଲେ ବୋଲି ଆଲୋଚନା କରୁଛନ୍ତି , କାରଣ ସରକାର ଯେତେବେଳେ ଜମି କିଣିବେ ସେତେବେଳେ ସେହି ଜମିରେ ସରକାରଙ୍କ ମୂଲ୍ୟ ଯାହାଥିବ ତାହାହିଁ ଦେବେ, କିନ୍ତୁ ସମସ୍ତେ ଜାଣିଛନ୍ତି ପ୍ରତେକ ଜମିର ଗୋଟେ ବଜାର ମୂଲ୍ୟ ଥାଏ ଯାହାକି ସରକାରୀ ମୂଲ୍ୟ ଠାରୁ ଅଧିକ ଅଟେ। ତେଣୁ ଜମି ବିକିଲା ବେଳେ ଲୋକଟି ତା ଜମିର ଉଚିତ ମୂଲ୍ୟ ପାଇ ପାରିବ ନାହି । ପରବର୍ତୀ ସମୟରେ ଯଦି ସିଏ ଟଙ୍କା ନ ସୁଝିପାରିବ ତେବେ ତାର ଜମିକୁ ନିଲାମ କରିଦିଆଯିବ । ଯାହା ଫଳରେକି ନେତା ମନ୍ତ୍ରୀ ବଡ ବଡ ଲୋକ ମାନଙ୍କୁ କିଣିବା ପାଇଁ ସହଜ ହୋଇଯିବ । ସରକାର ଏଭଳି ନୀତି ପ୍ରସ୍ତୁତ କଲେ ଅଳ୍ପ ଦିନରେ ଆଦିବାସୀ ଲୋକ ମାନେ ଭୂମିହୀନ ହେଇଯିବାର ଆଶଙ୍କା ସୃଷ୍ଟି ହେଉଛି ।

ଏହି ବିଷୟରେ ସବିଶେଷ ଖବର ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ ରେ କ୍ଲିକ କରନ୍ତୁ :
ଏହି ଭଳି ନୂଆ ନୂଆ ଖବର ଜାଣିବା ପାଇଁ ଆମ ସହିତ ଯୋଡି ହୁଅନ୍ତୁ :

odiablogs.com@gmail.com

Click here– Facebook

Click here– Telegram

Click here– Whatsapp

Click here– Instagram

Releated Posts

ASO Exam Notification 2025: OPSC Job New Update

ଆସିଗଲା ASO Exam-2025 (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ନିଯୁକ୍ତିର ନୂଆ ଅପଡେଟ୍   ଓଡ଼ିଶାର ସରକାରୀ ଚାକିରି ପାଇଁ ଆଶାୟୀ ଯୁବକ ଯୁବତୀ ମାନଙ୍କ…

ByBybiswaguruindiaMay 10, 2025

Leave a Reply

Your email address will not be published. Required fields are marked *

Scroll to Top