Image

ASO Exam Notification 2025: OPSC Job New Update

ଆସିଗଲା ASO Exam-2025 (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ନିଯୁକ୍ତିର ନୂଆ ଅପଡେଟ୍

ଓଡ଼ିଶାର ସରକାରୀ ଚାକିରି ପାଇଁ ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ଏକ ଖୁସିର ଖବର। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (OPSC) 2025 ମସିହାରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ଆଡଭକେଟ ଜେନେରାଲଙ୍କ କାର୍ଯ୍ୟାଳୟ, କଟକ ପାଇଁ ହେଉଅଛି। ସମସ୍ତ ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ।

ମୁଖ୍ୟ ସୂଚନାବଳୀ:

  • ଖାଲି ପଦ ସଂଖ୍ୟା: 29 (ତାଳିକା ଅନୁଯାୟୀ 10ଟି ପଦ ମହିଳା ପାଇଁ ସଂରଖିତ)
  • ଆବେଦନ ଆରମ୍ଭ ତାରିଖ: 9 ମେ 2025
  • ଆବେଦନ ଶେଷ ତାରିଖ: 9 ଜୁନ 2025 (ସନ୍ଧ୍ୟା 5:00 ପୂର୍ବରୁ)
  • ଲିଖିତ ପରୀକ୍ଷା ତାରିଖ: 27 ଜୁଲାଇ 2025 (ରବିବାର)
  • ଅନୁଷ୍ଠାନ: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (OPSC)
  • ପଦବୀ: ଅସିଷ୍ଟାଣ୍ଟ ସେକ୍ସନ ଅଫିସର (ASO)
  • ବେତନ: ₹35,400/- ପ୍ରତିମାସ (ଲେଭେଲ-9 ପେ ମ୍ୟାଟ୍ରିକ୍ସ)

ସବିଶେଷ ବୀବରଣୀ:-

1. ଖାଲି ପଦ ସଂଖ୍ୟା

OPSC ମୋଟ 29 ଟି ASO ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି 29 ଟି ପଦରୁ 10 ଟି ପଦ ମହିଳାଙ୍କ ପାଇଁ ରିଜର୍ଭ୍ ରଖାଯାଇଛି। ବିଭିନ୍ନ ବର୍ଗ ଅନୁଯାୟୀ ଆରକ୍ଷଣର ବ୍ୟବସ୍ଥା ରହିଛି।

2. ଶିକ୍ଷାଗତ ଯୋଗ୍ୟତା

ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦ ପାଇଁ ଆବେଦନକାରୀଙ୍କ ପାଖରେ ଯେକୌଣସି ସ୍ନାତକ ଡିଗ୍ରୀ (Bachelor’s Degree) ଥିବା ଆବଶ୍ୟକ। ଏଥିସହିତ କମ୍ପ୍ୟୁଟର ଆପ୍ଲିକେସନ ସମ୍ବନ୍ଧୀୟ ଜ୍ଞାନ ଥିବା ନିହାତି ଆବଶ୍ୟକ।

3. ବୟସ ସୀମା

ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦ ପାଇଁ ଆବେଦନକାରୀଙ୍କ ସର୍ବନିମ୍ନ ବୟସ ସୀମା 21 ବର୍ଷ ରଖାଯାଇଥିବା ସ୍ଥଳେ ସର୍ବାଧିକ ବୟସ: 32 ବର୍ଷ (1 ଜାନୁଆରୀ 2025 ଅନୁଯାୟୀ) ରଖାଯାଇଛି | ଏହା ବ୍ୟତିତ ଅନ୍ୟମାନଙ୍କର ଆବେଦନ ପତ୍ର ଗ୍ରହଣୀୟ ହେବନାହିଁ |

ବୟଷ ଅବ୍ୟାହତି:

SC, ST, SEBC, ମହିଳାଙ୍କ ପାଇଁ 5 ବର୍ଷ ବୟଷ ଅବ୍ୟାହତି ରହିଥିବା ସ୍ଥଳେ PwD (40% କିମ୍ବା ତାହାଠାରୁ ଅଧିକ ଅସମର୍ଥ) ଙ୍କ ପାଇଁ 10 ବର୍ଷ ବୟଷ ଅବ୍ୟାହତି ରହିଛି | ଉପଯୁକ୍ତ ସାର୍ଟିଫିକେଟ୍ ପ୍ରଦାନ କରି ଆପଣ ଏହାର ଲାଭ ଉଠାଇ ପାରିବେ |

4. ବେତନ

ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦ ପାଇଁ ମାସିକ ବେତନ ହେଉଛି ₹35,400/-ଟଙ୍କା , ଯାହା ଲେଭେଲ-9 ପେ ମ୍ୟାଟ୍ରିକ୍ସ ଅନୁଯାୟୀ ନିର୍ଧାରଣ କରାଯାଇଛି ।

5. ଆବେଦନ ତାରିଖ ଓ ଆବେଦନ ପ୍ରକ୍ରିୟା

ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦ ପାଇଁ ଆପଣ 9 ମେ 2025 ଠାରୁ ଆବେଦନ କରିପାରିବେ ଏବଂ ଏହା 9 ଜୁନ 2025 (ସନ୍ଧ୍ୟା 5ଟା ପୂର୍ବରୁ) ପର୍ଯ୍ୟନ୍ତ ଚାଲୁରହିବ | ଏହି ଆବେଦନ ପ୍ରକ୍ରିୟା: ଅନଲାଇନ୍ ମାଧ୍ୟମରେ (www.opsc.gov.in) ହେବ | ଏହି ଆବେଦନ ସମସ୍ତ ବର୍ଗଙ୍କ ପାଇଁ ନିଶୁଳ୍କ ରହିଛି ଅର୍ଥାତ୍ କୌଣସି ଆବେଦନକାରୀଙ୍କୁ ଦେୟ ଦେବାପାଇଁ ପଡିବ ନାହିଁ |

6. ପରୀକ୍ଷାର ପ୍ରକାର ଓ ଚୟନ ପ୍ରକ୍ରିୟା

(i) ଲିଖିତ ପରୀକ୍ଷା – 400 ମାର୍କ:

  • ଏହି ଅଂଶ ଅବଜେକ୍ଟିଭ୍ ପ୍ରକାରରେ ହେବ।
  • ପ୍ରଶ୍ନଗୁଡିକ MCQ ରୂପରେ ହେବ।
  • ପ୍ରତି ଭୁଲ ଉତ୍ତର ପାଇଁ ମାର୍କ କମିବ।

(ii) କମ୍ପ୍ୟୁଟର ସ୍କିଲ୍ ପରୀକ୍ଷା – 50 ମାର୍କ:

  • ଏହା ପ୍ରାୟୋଗିକ ଭାବରେ ହେବ।
  • ଏହି ପରୀକ୍ଷାରେ କେବଳ ପାସ୍ କରିବା ଆବଶ୍ୟକ , ଅର୍ଥାତ ଏହା କେବଳ ଯୋଗ୍ୟତା ପ୍ରମାଣ କରିବା ପାଇଁ ଉଦ୍ଦିଷ୍ଟ |

7. ପାଠ୍ୟକ୍ରମ (Syllabus)

1. Paper I – General Awareness (100 ମାର୍କ): ଇତିହାସ, ଭୂଗୋଳ, ଅର୍ଥନୀତି, ସମାଜ ଓ ବିଜ୍ଞାନ
2. Paper II – ଗଣିତ (50 ମାର୍କ) ଓ ତର୍କ (50 ମାର୍କ)
3. Paper III – ଇଂରାଜୀ ଓ ଓଡ଼ିଆ ଭାଷା (200 ମାର୍କ)
4. Computer Skill Test (50 ମାର୍କ – କ୍ୱାଲିଫାଇଂ)

8. ଆବଶ୍ୟକିୟ ପ୍ରମାଣପତ୍ର:-

ଅସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦ ପାଇଁ ଆବେଦନ ସମୟରେ ନିମ୍ନଲିଖିତ ପ୍ରମାଣପତ୍ର ଦେଖାଇବା ଆବଶ୍ୟକ ଅଟେ |

  • ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ପ୍ରମାଣପତ୍ର
  • ଜାତି/ଆୟ ପ୍ରମାଣପତ୍ର (ଯଦି ଲାଗୁହୁଏ)
  • PwD ପ୍ରମାଣପତ୍ର (ଯଦି ଲାଗୁହୁଏ)

ଯଦି ଆପଣ ଏକ ନିଶ୍ଚିତ ଏବଂ ଗୌରବମୟ ସରକାରୀ ଚାକିରି ଚାହୁଁଛନ୍ତି, ତେବେ OPSC ଦ୍ୱାରା ଘୋଷିତ ASO ନିଯୁକ୍ତି 2025 ଆପଣଙ୍କ ପାଇଁ ଏକ ସୁନ୍ଦର ଅବସର। ଏହି ଅବସରକୁ ହାତଛଡା କରନ୍ତୁ ନାହିଁ।

ଅଧିକ ସୂଚନା ପାଇଁ ଯାଆନ୍ତୁ:
www.opsc.gov.in

Click Here to Download Advertisement Pdf

For More Details Mail Us:-

biswaguruindia@gmail.com

ଚାକିରି ସମ୍ବନ୍ଧିୟ ଏହିଭଳି ନୂଆ ଅପଡେଟ୍ ପାଇବା ପାଇଁ ଆମ ସହିତ ଯୋଡି ହୁଅନ୍ତୁ:-

Click here– Facebook

Click here– Telegram

Click here– Whatsapp

Releated Posts

ସରକାର କିଣିବେ ST ଏବଂ SC ଜମି : ସୁରେଶ ପୂଜାରୀ

Govt will buy the Land of ST & SC : Suresh Pujari         ଓଡ଼ିଶାରେ ସରକାରଙ୍କ…

ByBybiswaguruindiaMay 22, 2025

Leave a Reply

Your email address will not be published. Required fields are marked *

Scroll to Top