ବଲାଙ୍ଗୀର ମର୍ଡର କେସ : (ଏକ ଅପରାଧ କାହାଣୀ ) Odia Story- Crime Petrol
କାହାଣୀ ଆରମ୍ଭ :(ବିଶ୍ଵନାଥ ଓ ଜୟଶ୍ରୀ )
ବଳାଙ୍ଗୀର ଜିଲ୍ଲାର ଏକ ଛୋଟ ଗାଁ ହେଉଛି ରାମସର | ସେହି ଗାଁରେ ଏକ ସାଧାରଣ ଦମ୍ପତି ବିଶ୍ୱନାଥ ଓ ତାଙ୍କର ଘରଣୀ ଜୟଶ୍ରୀ ରହୁଥିଲେ | ବିଶ୍ୱନାଥ ଏକ ସ୍ଥାନୀୟ ବ୍ୟବସାୟୀ ଥିଲେ, ବ୍ୟବସାୟ ଚଳାଇ ବଢିଆ ଜୀବନ ଅତିବାହିତ କରୁଥିଲେ | ତାଙ୍କୁ ଦେଖିଲେ ସବୁକିଛି ଠିକ୍ ଲାଗୁଥିଲା, କିନ୍ତୁ ଘରର ଭିତରେ ଏକ ଅଦ୍ଭୁତ ରହସ୍ୟ ଲୁଚିଥିଲା।
ଜୟଶ୍ରୀ ଯୁବତୀ ସମୟରୁ ସୁନ୍ଦରୀ ଓ ଆକର୍ଷଣୀୟ ଥିଲେ। ତାଙ୍କର ଭରା ଯୌବନକୁ ଦେଖିଲେ ଯେକେହି ଆକର୍ଷିତ ହେବା ସ୍ଵଭାବିକ | ବିବାହ ପରେ ସେ ଏକ ଘରଣୀ ହିସାବରେ ଘର ସମ୍ଭାଳୁଥିଲେ | ବିଶ୍ଵନାଥ ନିଜ ବ୍ୟବସାୟରେ ବ୍ୟସ୍ତ ରହୁଥିବାରୁ ନିଜ ସ୍ତ୍ରୀର ମନକଥା ଠିକରେ ବୁଝିପାରୁ ନଥିଲେ। ସେଥିପାଇଁ ଜୟଶ୍ରୀ ନିଜ ମନକୁ ମାରି ଏକା ଏକା ନିସଂଗ ଜୀବନ କାଟୁଥିଲେ। ପାଖରେ ସ୍ଵାମୀ ଥାଇ ମଧ୍ୟ ସୁଃଖ ପାଉନଥିଲେ | ଏହି ନିସଂଗ ଜୀବନରୁ ମୁକ୍ତି ପାଇବା ପାଇଁ ଜୟଶ୍ରୀ ଅମିତକୁ ନିଜର ମନ ଦେଇ ବସିଲେ।
ଅମିତ ଜୟଶ୍ରୀର ଅବୈଧ ପ୍ରେମ :
ଅମିତ ଜଣେ ବିଭାହିତ ପୁରୁଷ, ଗାଁ ପାଖରେ ଥିବା ଅନ୍ୟ ଗାଁରେ ରହୁଥିଲେ। ସେ ବିଜୁଳି ବିଭାଗରେ କାମ କରୁଥିଲେ। ଅନେକଥର ବିଶ୍ୱନାଥଙ୍କ ଘରକୁ ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ଆସିଥିଲେ। ଏହି ଯିବା ଆସିବା ମଧ୍ୟରେ ତାଙ୍କର ଓ ଜୟଶ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଲା।
ବେଶ୍ କିଛିଦିନ ମୋବାଇଲରେ ହସଖୁସି ଚାଲିଲା ଏବଂ ଯେତେବେଳେ ବିଶ୍ୱନାଥ ବ୍ୟବସାୟ କାମରେ ବାହାରକୁ ଯାଉଥିଲେ, ଅମିତ ଘରକୁ ଆସୁଥିଲା। ଦୁଇ ଜଣଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠୁଥିଲା ମାତ୍ର ବିଶ୍ବନାଥ ଏହାର ଟେର୍ ମଧ୍ୟ ପାଉନଥିଲେ।
ଘଟଣାର ନୂଆମୋଡ :
କିନ୍ତୁ ସବୁଦିନ ସମାନ ଯାଏନି, ଯେତେବେଳେ ଦିନେ ବିଶ୍ୱନାଥ ଟ୍ରେନ ନମିଳିବାରୁ କଟକ ନଯାଇ ଘରକୁ ଫେରିଆସିଲେ , ସେ ଦେଖିଲେ ଘରର ଦ୍ୱାର ଅଧାଖୋଲା ଅଛି। ଚୁପଚାପ ଭିତରକୁ ଯାଇ ଦେଖିଲେ ଜୟଶ୍ରୀ ଓ ଅମିତ ସମ୍ପୁର୍ଣ ଅସଞ୍ଜତ ଅବସ୍ଥାରେ ଅଛନ୍ତି। ରାଗ ଓ କଷ୍ଟରେ ଜର୍ଜରିତ ବିଶ୍ବନାଥ କଣ କରିବେ କିଛି ଜାଣି ପାରିଲେ ନାହିଁ।
ହିତାହିତ ଗ୍ଯାନ ଭୁଲିଯାଇ ସେ ଗୋଟିଏ ଲୁହା ଶାବଳରେ ଅମିତର ମଥାକୁ ଜୋରରେ ବାଡେଇ ଦେଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅମିତ୍ ତଳେ ପଡିଗଲା ଏବଂ ସେଇଠାରେ ହିଁ ତାର ପ୍ରାଣବାୟୂ ଉଡିଗଲା । ଜୟଶ୍ରୀ ଭୟଭୀତ ହେଇ ଚିତ୍କାର କଲେ, କିନ୍ତୁ କିଛିସମୟ ପରେ ସ୍ବାମୀ ସ୍ତ୍ରୀ ଯୋଜନା କରି ଅମିତର ଶରୀରକୁ ଗାଁ ପାଖରେ ଥିବା ଜଙ୍ଗଲକୁ ନେଇ ଗଲେ ଓ ସେଠି ଗୋଟେ ଗାତ ଖୋଳି ପୋତିଦେଲେ |
କିଛିଦିନ ପରେ ଗାଁର କିଛି ମହିଳା ପତ୍ର ତୋଳିବା ପାଇଁ ଜଙ୍ଗଲକୁ ଯାଇଥିଲେ | ସେଠାରେ ଦୁର୍ଗନ୍ଧ ହେବାରୁ ସନ୍ଦେହରେ ପୋଲିଷକୁ ଖବର ଦେଇଥିଲେ | ପୋଲିସ ତଦନ୍ତ କଲାପରେ ଶବ ଉଦ୍ଧାର କଲା ଓ ତାହା ଅମିତର ଶବ ବୋଲି ମଧ୍ୟ ଚିହ୍ନଟ ହେଲା।
ସତ କେବେ ଲୁଚି ରାହେନା :
ପୋଲିସ ଜୟଶ୍ରୀ ଉପରେ ସନ୍ଦେହ କରି ପଚାରାଉଚାରା କଲା। ଶେଷରେ ସେ ପୋଲିଷ ପାଖରେ ସବୁ ସତ କହିଦେଲା। ବିଶ୍ୱନାଥ ଗିରଫ ହେଲା। ଅପରାଧ ଜଣାପଡିଲା – ଅନୈତିକ ସମ୍ପର୍କ ତାଙ୍କ ଘର ବିନାଶ କରିଦେଲା।