• Home
  • Astrology
  • ରାହୁ ପ୍ରବେସ କରିବେ କୁମ୍ଭ ରାଶିରେ : ୧୮ ମେ ରେ ତିନୋଟି ରାଶିର ଘଟିବ ବଡ ପରିବର୍ତନ
Image

ରାହୁ ପ୍ରବେସ କରିବେ କୁମ୍ଭ ରାଶିରେ : ୧୮ ମେ ରେ ତିନୋଟି ରାଶିର ଘଟିବ ବଡ ପରିବର୍ତନ

Rahu Transit on 18th may 2025 : ରାହୁ ପ୍ରବେସ କରିବେ କୁମ୍ଭ ରାଶିରେ

“ଜ୍ୟୋତିଷ ଶାସ୍ତ୍ରରେ ରାହୁ ଗ୍ରହକୁ ମାୟାବୀ ଓ ପାପୀ ଗ୍ରହର ଉପାଧି ଦିଆଯାଇଛି । ଏହା ସହିତ, ରାହୁ ଗ୍ରହ ପ୍ରତ୍ୟେକ ରାଶିରେ ପ୍ରାୟ 18 ମାସ ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି । ବର୍ତ୍ତମାନ ରାହୁ ମୀନ ରାଶିରେ ସଞ୍ଚାର କରୁଛନ୍ତି ଓ ଆସନ୍ତା 18 ମେ 2025 ରେ ତାଙ୍କର ମିତ୍ର ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିବେ । ରାହୁ 5 ଡିସେମ୍ବର 2026 ପର୍ଯ୍ୟନ୍ତ କୁମ୍ଭରେ ରହିବେ । ଏପରି ପରିସ୍ଥିତିରେ ରାହୁ ଗ୍ରହର ଏହି ଗୋଚର କିଛି ରାଶି ପାଇଁ ଶୁଭ ସମୟ ଆଣିପାରେ । ଏହି ରାଶିର ବ୍ଯକ୍ତିମାନେ ଆକସ୍ମିକ ଧନଲାଭ ସହିତ କ୍ୟାରିୟର ଓ ବ୍ୟବସାୟରେ ଆଶାତୀତ ସଫଳତା ଅନୁଭବ କରିପାରନ୍ତି ।

ଆସନ୍ତୁ ଜାଣିବା ରାହୁ ଗୋଚର ଯୋଗୁଁ କେଉଁ ତିନୋଟି ରାଶୀର ଭାଗ୍ଯ ପରିବର୍ତ୍ତନ ହେବ|

ବୃଷ ରାଶି (Taurus Zodiac)

ରାହୁ ଗ୍ରହର ରାଶି ପରିବର୍ତ୍ତନ ବୃଷ ରାଶିର ଲୋକମାନଙ୍କ ପାଇଁ ଅତୀବ ଲାଭଦାୟକ ହୋଇପାରେ । କାରଣ ରାହୁ ଗ୍ରହ ଆପଣଙ୍କର ରାଶିରୁ କର୍ମସ୍ଥାନରେ ସଞ୍ଚାର କରିବେ । ତେଣୁ ଏହି ସମୟରେ ଆପଣଙ୍କୁ କର୍ମସଂସ୍ଥାନ କିମ୍ବା ବ୍ୟବସାୟରେ ଭଲ ସଫଳତା ମିଳିପାରେ । ସେଥିପାଇଁ ଏହି ସମୟରେ ବେରୋଜଗାର ଲୋକମାନେ ଚାକିରୀ ପାଇପାରନ୍ତି । ଏଥି ସହିତ ଏହି ସମୟରେ ବ୍ୟବସାୟୀମାନେ ଅପେକ୍ଷାତୀତ ଧନଲାଭ ପାଇପାରନ୍ତି । ଏହି ସମୟରେ ଚାକିରୀ କରିଥିବା ଜାତକମାନେ ପଦୋନ୍ନତି ପାଇପାରନ୍ତି । ଆପଣଙ୍କର ବେତନରେ ବୃଦ୍ଧି ହେବା ସମ୍ଭାବନା ଯଥେଷ୍ଟ ରହିଛି । ଆର୍ଥିକ ଯୋଜନାଗୁଡ଼ିକରୁ ସଫଳତା ମିଳିବ ଏବଂ କଳା କ୍ଷେତ୍ରରେ ପ୍ରସିଦ୍ଧି ଓ ସମ୍ମାନ ମିଳିପାରିବ ।

ଧନୁ ରାଶି (Dhanu Zodiac)

ଆପଣମାନଙ୍କ ପାଇଁ ରାହୁ ଗ୍ରହର ରାଶି ପରିବର୍ତ୍ତନ ସକାରାତ୍ମକ ଭାବରେ ପ୍ରମାଣିତ ହୋଇପାରେ। କାରଣ ରାହୁ ଗ୍ରହ ଆପଣଙ୍କର ରାଶିରୁ ପରାକ୍ରମ ଓ ସାହସ ସ୍ଥାନରେ ସଞ୍ଚାର କରିବେ। ତେଣୁ ଏହି ସମୟରେ ଆପଣଙ୍କର ସାହସ ଓ ପରାକ୍ରମରେ ବୃଦ୍ଧି ହୋଇପାରେ। ସେହିପରି ଆପଣଙ୍କୁ ଆପଣଙ୍କର ଛୋଟ ଭାଈ ଭଉଣୀଙ୍କର ପୂର୍ଣ୍ଣ ସହଯୋଗ ମିଳିପାରେ। ଆପଣଙ୍କର କେତେକ ବଡ଼ ଲୋକମାନଙ୍କ ସହିତ ପରିଚୟ ହେବ। ଏହି ସମୟରେ ଚାକିରୀରେ ପଦୋନ୍ନତିର ଯୋଗ ରହିଛି ଓ ଆପଣଙ୍କର କାର୍ଯ୍ୟଗୁଡିକୁ ଶ୍ରେୟ ପ୍ରଦାନ କରାଯିବ। ବ୍ୟବସାୟୀମାନଙ୍କର ଭଲ ଲାଭ ମିଳିବା ସମ୍ଭାବନା ରହିଛି। ନୂତନ ବ୍ୟବସାୟିକ ସମ୍ପର୍କ ସ୍ଥାପିତ ହେବ। ଆୟର ନୂତନ ସ୍ରୋତ ଖୋଲିବ, ଯାହା ଆପଣଙ୍କର ଆର୍ଥିକ ସ୍ଥିତିକୁ ମଜବୁତ କରିବ|
ମିଥୁନ ରାଶି (Mithun Zodiac)

ରାହୁ ଗ୍ରହର ଗୋଚର ମିଥୁନ ରାଶିର ଲୋକମାନଙ୍କ ପାଇଁ ବହୁତ ଶୁଭ ଫଳଦାୟକ ହୋଇପାରେ। କାରଣ ଏହି ରାଶି ପରିବର୍ତ୍ତନ ଆପଣଙ୍କର ଗୋଚର କୁଣ୍ଡଳୀରୁ ଭାଗ୍ୟ ସ୍ଥାନରେ ଘଟିବ। ଏହି କାରଣରୁ ଏହି ସମୟରେ ଆପଣଙ୍କୁ ଭାଗ୍ୟର ସାଥ ମିଳିପାରେ। ଯେ କାମଗୁଡିକ ବନ୍ଦ ଥିଲା, ସେଗୁଡିକ ଏବେ ପୂରଣ ହେବାର ସମ୍ଭାବନା ରହିଛି। ଏହି ସମୟରେ ଚାକିରି କରୁଥିବା ଲୋକମାନେ ପଦୋନ୍ନତି ପାଇପାରନ୍ତି। କ୍ୟାରିୟରରେ ଭଲ ସଫଳତା ମିଳିପାରେ। ଅଟକିଥିବା ଧନ ପୁଣି ମିଳିପାରେ। ସେଥିପାଇଁ ଏହି ସମୟରେ ଆପଣ କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି। ଏହା ସହିତ ଆପଣ ଦେଶ ବା ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି।

ରାହୁ ଗୋଚରର ଶୂଭ ଫଳ ପାଇବା ପାଇଁ ଏଇ ତିନୋଟି ରାଶୀର ବ୍ୟକ୍ତିମାନେ କଣ କରିବେ:

ରାହୁ ମନ୍ତ୍ରର ଜପ କରନ୍ତୁ

ରାହୁର ଅଶୁଭ ପ୍ରଭାବକୁ ଶାନ୍ତ କରିବା ପାଇଁ ପ୍ରତିଦିନ ୧୦୮ ଥର ଏହି ମନ୍ତ୍ରର ଜପ କରନ୍ତୁ:

“ଓଁ ଭ୍ରାଁ ଭ୍ରୀଁ ଭ୍ରୌଁ ସଃ ରାହବେ ନମଃ।”

ଏହି ମନ୍ତ୍ର ରାହୁର କୁପ୍ରଭାବକୁ ଶାନ୍ତ କରେ ଓ ମାନସିକ ଶାନ୍ତି ପ୍ରଦାନ କରେ।

ମନ୍ତ୍ର ଜପ ସମୟରେ ରୁଦ୍ରାକ୍ଷ ମାଳା ବ୍ୟବହାର କରନ୍ତୁ ଏବଂ ଶାନ୍ତ ପରିବେଶକୁ ବାଛନ୍ତୁ|

  • ଭଗବାନ ହନୁମାନଙ୍କ ପୂଜା କରନ୍ତୁ
  • ରାହୁର ପ୍ରଭାବ ଶନି ଗ୍ରହ ସଦୃଶ ହୋଇଥାଏ ଓ ଭଗବାନ ହନୁମାନ ଏହି ପ୍ରଭାବରୁ ରକ୍ଷା କରନ୍ତି।
  • ମଙ୍ଗଳବାର ଓ ଶନିବାରରେ ହନୁମାନ ଚାଳିସା ପାଠ କରନ୍ତୁ।
  • ବଜରଙ୍ଗ ବାଣ ବା ସୁନ୍ଦରକାଣ୍ଡ ପାଠ କରିବା ମଧ୍ୟ ଲାଭକାରୀ ହୋଇଥାଏ।
  • କଳା ତିଳ ଓ ସୋରିଷ ତେଲ ଦାନ କରନ୍ତୁ।
    ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ : odiablogs.com@gmail.com

Table of Contents

Leave a Reply

Your email address will not be published. Required fields are marked *

Scroll to Top