• Home
  • Politics
  • ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀଙ୍କୁ ସାମିଲ ନକଲେ ବିଜେପି ହେବ ଦୁଇ ଫାଳ : କହିଲେ ଏଠି ସବୁ ମନ୍ତ୍ରୀ ଅନଫିଟ
Image

ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀଙ୍କୁ ସାମିଲ ନକଲେ ବିଜେପି ହେବ ଦୁଇ ଫାଳ : କହିଲେ ଏଠି ସବୁ ମନ୍ତ୍ରୀ ଅନଫିଟ

Simulia BJP MLA demands the restructure of Odisha Ministry : କହିଲେ ଏଠି ସବୁ ମନ୍ତ୍ରୀ ଅନଫିଟ

ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ମନ୍ତ୍ରୀ ହେବାକୁ ଆକାଂକ୍ଷା – ଭାବୀ ମନ୍ତ୍ରିମଣ୍ଡଳରେ ତାଙ୍କ ପାଇଁ ସ୍ଥାନ ଦେଖିବାକୁ ମିଳିବ କି?

ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ଦ୍ୱାରା ନବନିର୍ବାଚିତ ବିଧାୟକ ପଦ୍ମଲୋଚନ ପଣ୍ଡା ଏବେ ମନ୍ତ୍ରୀ ପଦବୀ ଲାଗି ଦାବି ଉଠାଇଛନ୍ତି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଓ ଆଞ୍ଚଳିକ ଗଣମାଧ୍ୟମରେ ଏହି ଖବର ଚର୍ଚ୍ଚାରେ ଥିବାବେଳେ, ତାଙ୍କ ନିଜ ଅଭିବ୍ୟକ୍ତି ମଧ୍ୟ ଏହି ଆକାଂକ୍ଷାକୁ ସ୍ପଷ୍ଟ କରିଛି।

ବିଜେପି  ଓଡ଼ିଶାରେ ମୋହନ ମାଝିଙ୍କ ନେତୃତ୍ୱ ରେ  ସରକାର ଗଠନ କରି ଏକବର୍ଷ ପୂର୍ତ୍ତି କରିବା ପାଇଁ ଯାଉଛି, ଏଥିମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ନ ଖବର ହେଉଛି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବାକୁ ଯାଉଛି | ବିଭିନ୍ନ ବିଧାୟକ ମନ୍ତ୍ରୀ ପଦ ପାଇବା ପାଇଁ ଚେଷ୍ଟା କରୁଛନ୍ତି । ସିମୁଳିଆରୁ ବିଜେପି ପାର୍ଟି ଟିକେଟରେ ନିର୍ବାଚିତ ହୋଇଥିବା ପଦ୍ମଲୋଚନ ପଣ୍ଡା ଏକ ଅଭିଜ୍ଞ ଓ ପୁରୁଣା ରାଜନୀତିଜ୍ଞ। ସେ ପୂର୍ବରୁ କଂଗ୍ରେସ ଦଳରୁ ତିନିଥର ବିଧାୟକ ହୋଇ ରାଜ୍ୟ ରାଜନୀତିରେ ଅଭିଜ୍ଞତା ଅର୍ଜନ କରିଛନ୍ତି।

ସେ ଗଣମାଧ୍ୟମକୁ ସାଖ୍ୟାତକାର ଦେଇ କହିଛନ୍ତି:

“ମୁଁ ଏକ ଅଭିଜ୍ଞ ନେତା। ସମସ୍ତଙ୍କ ଠାରୁ ମୁ ଫିଟ୍, ବିଜେପି ଦଳରେ ମୋ ଠାରୁ ପାଠୁଆ କେହି ନାହାନ୍ତି, ଲୋକମାନେ ମୋତେ ବିଶ୍ୱାସ କରି ସିମୁଳିଆ ଆସନରୁ ବିଜୟୀ କରିଛନ୍ତି। ମୋ ପରି ଅଭିଜ୍ଞ ଓ ପ୍ରଭାବଶାଳୀ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ କରି ଆଞ୍ଚଳିକ ଉନ୍ନତିର ଦ୍ୱାର ଖୋଲିବା ଉଚିତ।”

Clik here to view his byte to Social Media

କିଏ ପଦ୍ମଲୋଚନ ପଣ୍ଡା?

ପଦ୍ମଲୋଚନ ପଣ୍ଡା ଭଦ୍ରକ ଜିଲ୍ଲାର ଗୋଟିଏ ପ୍ରଭାବଶାଳୀ ନେତା। ସେ ରାଜନୀତି ଆରମ୍ଭ କରିଥିଲେ ଓଡ଼ିଶା କଂଗ୍ରେସ ଦଳରେ। ତିନିଥର ନିର୍ବାଚିତ ହୋଇଥିବା ପରେ ଶେଷରେ ବିଜେପିରେ ଯୋଗଦେଇ 2024 ରେ ବିଜେପି ଟିକେଟରେ ସିମୁଳିଆ ଆସନରୁ ଜିତିଛନ୍ତି। ତାଙ୍କ ଅନୁଗାମୀମାନେ କହୁଛନ୍ତି ଯେ, ତାଙ୍କ ଅନୁଭବ ଏବଂ ଆଞ୍ଚଳିକ ଅଧିକାର ବିଚାରକରି ସରକାର ତାଙ୍କୁ ମନ୍ତ୍ରୀ କରି ଓଡ଼ିଶା ଉନ୍ନତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରିବେ ।

ବିରୋଧୀଙ୍କ ମତ :

ଯଦିଓ ପଦ୍ମଲୋଚନ ପଣ୍ଡାଙ୍କ ଦାବିରେ ତାଙ୍କ ସମର୍ଥକ ଶତ ପ୍ରତିଶତ ସହମତ, କିନ୍ତୁ ଦଳ ମଧ୍ୟରେ ଏହି ଆକାଂକ୍ଷାକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳୁଛି। କିଛି ନେତା ଓ ସମାଲୋଚକମାନେ କହୁଛନ୍ତି ଯେ, ଏକ ଆଦର୍ଶ ରାଜନୀତିଜ୍ଞ ଭାବେ ତାଙ୍କ ଦଳବଦଳ ଓ ଅପରାଧିକ ମାମଲା ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ରଖିବା ପାଇଁ ଯୋଗ୍ୟ ବିବେଚିତ କରେନାହିଁ। ବେଶିକିଛି ସ୍ଥାନରୁ ଏହି ମତ ବି ଆସୁଛି ଯେ, ଯୁବ ନେତୃତ୍ୱକୁ ଅବସର ଦେବା ଉଚିତ ନୁହେଁ ।

ଦେଖିବା ପାଇଁ ବାକି ରହିଲା ଆସନ୍ତା ମନ୍ତ୍ରୀମଣ୍ଡଳ ସାମ୍ପ୍ରସାରଣରେ ପଦ୍ମଲୋଚନ ପାଣ୍ଡଙ୍କୁ ମନ୍ତ୍ରୀ ପଦ ମିଳିଛି କି ନହିଁ, ଯଦି ନମିଳିଲା ତେବେ ସିଏ କଣ ପଦକ୍ଷେପ ନେଉଛନ୍ତି ।

For More Details Mail Us : odiablogs.com@gmail.com

Releated Posts

ନବୀନର ବାଳକୁ ସରି ନୁହେଁ ଜୟନାରାୟଣ ମିଶ୍ର : ସୁର ରାଉତରାୟ

Sura Routray Counterd to Jaynarayan: MLA, Sambalpur ନବୀନର ବାଳକୁ ସରି ନୁହେଁ ଜୟନାରାୟଣ ମିଶ୍ର : ସୁର ରାଉତରାୟ    …

ByBybiswaguruindiaMay 13, 2025

ଦଲାଲ ଦୂର୍ଗାଶିଷ : ପାଟି ଚୁପ କାହିଁକି : ରତ୍ନ ଭଣ୍ଡାର ଗଣତି କଥା ଭୁଲିଗଲେକି

ଓଡିଆ ଗୋଦି ମିଡିଆର ଦଲାଲ ରିପୋର୍ଟର : Durgasis (Argus News)     ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗୋଚିଏ ନାମ ବହୁତ…

ByBybiswaguruindiaMay 12, 2025

ଏମାନେ କାହିଁକି BJP କୁ ବଦନାମ କରୁଛନ୍ତି : କେବେ ହେବ କାର୍ଯ୍ୟାନୁଷ୍ଠାନ (BJP News Odisha)

ସୋସିଆଲ ଠକ ଓ ଓଡିଶା ବକରା ପ୍ରତି କାର୍ଯ୍ୟାନୁଷ୍ଠାନ କେବେ : କରାଯିବକି ଦଳରୁ ସସପେଣ୍ଡ      ଗଣମାଧ୍ୟମକୁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ…

ByBybiswaguruindiaMay 12, 2025
1 Comments Text
  • MoviezHive says:
    Your comment is awaiting moderation. This is a preview; your comment will be visible after it has been approved.
    Hey there! Welcome to Moviezhive.com, where blockbuster entertainment is just a click away! Stream a vast collection of Bollywood, Hollywood, and international movies for free—no subscriptions, no hassles. What Makes Us Special? ✔️ Thousands of movies across all genres ✔️ Zero pop-up ads for seamless viewing ✔️ Advanced zero-buffering tech for smooth playback ✔️ Fresh titles added regularly Can’t find a movie? Request it, and we’ll upload it fast! Watch anytime, anywhere. Visit https://moviezhive.com now and start your movie adventure! Enjoy the Show, The Moviezhive Team
  • Leave a Reply

    Your email address will not be published. Required fields are marked *

    Scroll to Top