• Home
  • Politics
  • ନବୀନର ବାଳକୁ ସରି ନୁହେଁ ଜୟନାରାୟଣ ମିଶ୍ର : ସୁର ରାଉତରାୟ
Image

ନବୀନର ବାଳକୁ ସରି ନୁହେଁ ଜୟନାରାୟଣ ମିଶ୍ର : ସୁର ରାଉତରାୟ

Sura Routray Counterd to Jaynarayan: MLA, Sambalpur

ନବୀନର ବାଳକୁ ସରି ନୁହେଁ ଜୟନାରାୟଣ ମିଶ୍ର : ସୁର ରାଉତରାୟ

ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ସାହସ ଓ ଦୃଢ଼ତାକୁ ସ୍ମରଣ କରି, ରୁଷ ସରକାର ଚଳିତ ମେ ମାସ ୭ ତାରିଖରେ ତାଙ୍କୁ ମରଣତ୍ତୋର ସମ୍ମାନିତ କରିଛି। ଏହି ଗୌରବଜନକ ଅବସରରେ ତାଙ୍କ ପୁଅ ଓ ଓଡ଼ିଶାର ୨୪ ବର୍ଷର ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ନିଜେ ଏହି ନୂଆଦିଲୀ ଠାରେ ଥିବା ଋଷିଆ ଦୂତାବାସରେ ସମ୍ମାନ ଗ୍ରହଣ କରିଛନ୍ତି। ଏହି ଘଟଣା କେବଳ ବ୍ୟକ୍ତିଗତ ଭାବେ ଗର୍ବର ଅନୁଭବ ନୁହେଁ, ବରଂ ସମସ୍ତ ଓଡ଼ିଆ ଲୋକଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ।

ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କର ଆନ୍ତର୍ଜାତୀୟ ଅବଦାନ ସମ୍ପର୍କରେ ବହୁ କଥା ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷୀୟ ସେନାଙ୍କୁ ସହଯୋଗ କରିବା ପାଇଁ ସେ ଜୀବନ ବାଜିରେ ଲଗାଇ stalinguard ଯୁଦ୍ଧକୁ ଯାଇଥିଲେ। ଏପରି ଏକ ମହାନ ଓ ସାହସିକ ଓଡ଼ିଆକୁ ଆଜି ରୁଷ ଦେଶ ସମ୍ମାନିତ କରିବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ।

ନବୀନ ପଟ୍ଟନାୟକ ଏହି ଅବସରରେ ଅତି ସାଧାରଣ ଓ ଭାବୁକ ଭାବରେ ବିଜୁ ବାବୁଙ୍କୁ ସ୍ମରଣ କରି କହିଲେ, “ମୋ ପିତା ଜଣେ ଦୃଢ଼ ମନୋବଳ ଓ ଅଦମ୍ୟ ସାହସର ମାନବ ଥିଲେ। ତାଙ୍କର ସେବା ଓ ଉତ୍ସର୍ଗ ଆଜି ବି ଆମ ପାଇଁ ପ୍ରେରଣାର ଉତ୍ସ ରୂପେ କାର୍ଯକରୁଛି ।” ଏହି ସମ୍ମାନ କେବଳ ବିଜୁ ବାବୁଙ୍କ ପାଇଁ ନୁହେଁ, ଏହା ଓଡ଼ିଶା ଓ ଓଡ଼ିଆଙ୍କ ସାହସ ଓ ଦକ୍ଷତା ପାଇଁ ବିଶ୍ୱରେ ଏକ ଗୌରବମୟ ଇତିହାସ ଅଟେ।

YouTube ରେ ଏହି news ଟି ଦେଖିବାପାଇଁ ଲିଙ୍କ ରେ କ୍ଲିକ କରନ୍ତୁ  : Clik here for link

ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା :

ସମ୍ବଲପୁରର ବିଧାୟକ ଜୟନାରାୟଣ ବାବୁ ଏହି ଘଟଣାକୁ ସହଜରେ ହଜମ କରି ନପାରି ନବୀନ ବାବୁଙ୍କୁ ତୁ,ତା ବ୍ୟବହାର କରିବା ସହିତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଖରାପ ମନ୍ତବ୍ୟ ଦେଇଥିଲେ ଯାହାକି ଏକ ନୂଆ ବିବାଦ ସ୍ରୁଷ୍ଚି କରିଛି | ଆପଣ ମାନେ ଜାଣିଥିବେ କେତେବେଳେ ମହିଳା ପୋଲିଷକୁ ମାଡ ମାରି ହେଉ କି ଓଡିଶାକୁ ଭାଗ କରିବା କଥାରେ ହେଉ , ବିଭିନ୍ନ ଆପତ୍ତି ଜନକ ମନ୍ତବ୍ୟ ଦେଇ ବାବୁ ଚର୍ଚ୍ଚାରେ ରହନ୍ତି |

ତାଙ୍କର ଏହି ମନ୍ତବ୍ୟକୁ ପୂର୍ବତନ ବିଧାୟକ ସୁର ରାଉତରାୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦ୍ରୁଢ ନିନ୍ଦା କରିଛନ୍ତି | ଜବାବରେ କହିଛନ୍ତି ଜୟନାରାୟଣ ମିଶ୍ର ନବୀନ ପଟ୍ଟନାୟକର ବାଳକୁ ସରିନୁହେଁ, ୨୪ ବର୍ଷ ମୂଖ୍ୟମନ୍ତ୍ରୀ ଭାବେ ଶାସନ କରିଥିବା ଲୋକକୁ ଜଣେ ସାଧାରଣ ବିଧାୟକର କଟାକ୍ଷ କରିବାର ଯୋଗ୍ୟତା ହେଇନାହିଁ | ଆହୁରି ମଧ୍ୟ କହିଛନ୍ତି ନବୀନ ବାବୁ କଣ କରିଛନ୍ତି ଓଡିଶା ବାସୀ ଜାଣିଛନ୍ତି, ଜୟନାରାୟଣ ମିଶ୍ର ଜଣେଇବାର ଆବଶ୍ୟକତା ନାହିଁ |

Clik here for more details

 

Mail Usodiablogs.com@gmail.com

Releated Posts

ଦଲାଲ ଦୂର୍ଗାଶିଷ : ପାଟି ଚୁପ କାହିଁକି : ରତ୍ନ ଭଣ୍ଡାର ଗଣତି କଥା ଭୁଲିଗଲେକି

ଓଡିଆ ଗୋଦି ମିଡିଆର ଦଲାଲ ରିପୋର୍ଟର : Durgasis (Argus News)     ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗୋଚିଏ ନାମ ବହୁତ…

ByBybiswaguruindiaMay 12, 2025

ଏମାନେ କାହିଁକି BJP କୁ ବଦନାମ କରୁଛନ୍ତି : କେବେ ହେବ କାର୍ଯ୍ୟାନୁଷ୍ଠାନ (BJP News Odisha)

ସୋସିଆଲ ଠକ ଓ ଓଡିଶା ବକରା ପ୍ରତି କାର୍ଯ୍ୟାନୁଷ୍ଠାନ କେବେ : କରାଯିବକି ଦଳରୁ ସସପେଣ୍ଡ      ଗଣମାଧ୍ୟମକୁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ…

ByBybiswaguruindiaMay 12, 2025

Leave a Reply

Your email address will not be published. Required fields are marked *

Scroll to Top