ସାପ ନେଉଳକୁ ଡ଼ରେ କାହିଁକି : Why The Snake have fear to Mongoose
ପ୍ରାକୃତିକ ଜଗତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି –
ଯେଉଁଠି ସାପ ଦେଖିଲେ ଅନ୍ୟ ପ୍ରାଣୀ ଭୟଭୀତ ହୁଅନ୍ତି, ସେଠି ନେଉଳ ସାପ ସହିତ ମୁହାଁମୁହିଁ ଯୁଦ୍ଧ କରି ତାକୁ ମାରି ଦିଏ । ସେହି ଯୁଦ୍ଧ ଦ୍ୱାରା ବେଳେବେଳେ ସାପ ନେଉଳକୁ କାମୁଡି ଦିଏ । ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ – ଯେଉଁଠି ଅନ୍ୟ ପ୍ରାଣୀ ସାପର ବିଷରେ ମରିଯାଆନ୍ତି, ସେଠି ନେଉଳ କାହିଁକି ବଞ୍ଚିଯାଏ?
ଏହାର ପ୍ରଧାନ କାରଣ ହେଉଛି ନେଉଳ ଶରୀରର ଉପାଦାନ ଓ ତାର ପ୍ରତିରୋଧକ ଶକ୍ତି । ନେଉଳର ଶରୀରରେ “acetylcholine receptors” ବୋଲି ଏକ ବିଶେଷ ପ୍ରୋଟିନ ଥାଏ, ଯାହା ସାପର ବିଷ ସହିତ ଅନ୍ତର୍କ୍ରିୟା କରିବାକୁ ରୋକିଥାଏ । ଯେତେବେଳେ ସାପ ଏବଂ ନେଉଳ ମଧ୍ୟରେ ଲଢେଇ ହୋଇଥାଏ, ସେତେବେଳେ ବହୁ ସମୟରେ ଦେଖାଯାଏ ଯେ ନେଉଳର ଚାଳକ ଗୁଣ ପାଇଁ ସାପ ତାକୁ କାମୁଡି ପାରେ ନାହି, ମାତ୍ର ବେଳେ ବେଳେ ନେଉଳ ବଡ ସାପ ହାବୁଡରେ ପଡ଼ିଗଲେ ସାପ କାମୁଡି ଦେଇଥାଏ । କିନ୍ତୁ ସେ ସମୟରେ ବିଷ ନେଉଳ ଶରୀର କୁ ଗଲେମଧ୍ୟ ନେଉଳର କିଛି କ୍ଷତି ହୁଏନାହିଁ, ମାତ୍ର ବିଷର ପରିମାଣ ଯଦି ବହୁତ ଅଧିକ ହୋଇଯାଏ ସେ କ୍ଷେତ୍ରରେ ନେଉଳ ମଧ୍ୟ ମାରିଯିବାର ସମ୍ଭାବନା ରହିଥାଏ ।
ନେଉଳର ଶରୀର ତାକୁ ସାପ କବଳରୁ ରକ୍ଷା କରେ –
ନେଉଳ ଦେହରେ ଥିବା ଏକ ପ୍ରକୃତିକ ବିଷ ବିରୋଧୀ ପ୍ରଣାଳୀ (natural immunity) ତାଙ୍କୁ ବଞ୍ଚାଇ ରଖେ । ସେମାନେ ଯେତେବେଳେ ସାପ ସହିତ ଯୁଦ୍ଧ କରନ୍ତି, ତାଙ୍କର ଫୁର୍ତିଲା ଓ ଚେଷ୍ଟାଶୀଳ ଶରୀର ସହଜରେ ବୁଲିବାକୁ ସାହାଯ୍ୟ କରେ । ତାଙ୍କର ବୁଲିବା ବା ଲେଉଟିବା ଗତି ଏତେ ଦ୍ରୁତ ଓ ଚାଳାକି ଯୁକ୍ତ ହୋଇଥାଏ ଯେ, ଯେଉଁଥିରେ ସାପ ଅନେକ ସମୟରେ କାମୁଡିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥାଏ । ଯଦି ବେଳେବେଳେ ସାପ କାମୁଡି ମଧ୍ୟ ଦିଏ, ତଥାପି ନେଉଳର ଶରୀର ତାହାକୁ ସଫଳତାର ସହିତ ନିବାରଣ କରିପାରେ ।
ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ହେଉଛି – ଏହି ସବୁ କୌଶଳ ଓ ପ୍ରତିରୋଧକ ଶକ୍ତି ନେଉଳକୁ ପ୍ରକୃତି ଦେଇଛି । ପ୍ରକୃତି ଏପରି ଭାବରେ ପ୍ରତ୍ୟେକ ପ୍ରାଣୀକୁ ତାଙ୍କର ଜୀବନ ରକ୍ଷା ପାଇଁ ନିଜସ୍ୱ ଶକ୍ତି ବା ବିଶେଷତା ଦେଇଛି । ନେଉଳ ଯେପରି ସାପ ବିଷକୁ ପ୍ରତିରୋଧ କରିପାରିବାର ଅସାଧାରଣ ଦକ୍ଷତା ରଖେ, ସେହିପରି ଅନ୍ୟ ପ୍ରାଣୀମାନେ ନିଜକୁ ବଞ୍ଚାଇ ରଖିବା ପାଇଁ ଅନ୍ୟ ଭିନ୍ନ ଶକ୍ତି ରଖିଥାନ୍ତି । ତେଣୁ ପୃଥିବୀର ପ୍ରତ୍ୟେକ ପ୍ରାଣୀଙ୍କ ନିକଟରେ କିଛି ନା କିଛି ଉନ୍ମୁକ୍ତ ବିଶେଷତା ଥାଏ, ଯାହା ତାଙ୍କୁ ବଞ୍ଚାଇ ରଖେ ।
ବି:ଦ୍ର – ଯଦି ଆପଣ ମାନେ ପ୍ରତେକ ଦିନ ସକାଳୁ ଖାଲି ପେଟରେ ଦୁଇ ଚାମଚ ମେଥୀ ଗୁଣ୍ଡ ବା ନିମ୍ବପତ୍ର ଗୁଣ୍ଡ ଖାଇବେ ତେବେ ଆପଣଙ୍କ ସୁଗାର ଲେଭେଲ କମିବା ସହିତ ଡାଇବେଟିସ କମିଯିବ ଏବଂ ରୋଗପ୍ରତିରୋଧକ ଶକ୍ତି ବଢିବ, ଯଦି କେବେବି ହଟାତ୍ ଆପଣଙ୍କୁ ସାପ କାମୁଡିଦିଏ ତେବେ ଆପଣଙ୍କ ଶରୀର ତାକୁ ପ୍ରତିରୋଧ କରିପାରିବ। ଡାକ୍ତରଖାନା ଯାଇ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ସମୟ ମିଳିବ ।
ଘରେ ବସି ବିଶୁଦ୍ଧ ମେଥିଗୁଣ୍ଡ ଏବଂ ନିମ୍ବପତ୍ର ଗୁଣ୍ଡ ଆମାଜନ ( amazon ) ରୁ ଅର୍ଡର କରନ୍ତୁ :
ବିଶୁଦ୍ଧ ମେଥିଗୁଣ୍ଡ ପାଇଁ ଏଠାରେ କ୍ଲିକ କରନ୍ତୁ
ବିଶୁଦ୍ଧ ନିମ୍ବପତ୍ର ଗୁଣ୍ଡ ପାଇଁ ଏଠାରେ କ୍ଲିକ କରନ୍ତୁ